ପୁରୀ: ପୁରୀ ଶ୍ରୀମନ୍ଦିରର ସେବାୟତଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ । ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ୧୧୪୩ଜଣ ସେବାୟତଙ୍କ କୋଭିଡ-୧୯ ପରୀକ୍ଷା କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ପକ୍ଷରୁ ରଥଯାତ୍ରା ପୂର୍ବରୁ ଏଭଳି କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସୋମବାର ଦିନ ଶ୍ରୀମନ୍ଦିରର ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ମାତ୍ର ଜଣେ ସେବାୟତଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡିଛି । ଜଣଙ୍କୁ ଛାଡି ଅନ୍ୟ ସମସ୍ତ ସେବାୟତମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଦର୍ଶାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେବାୟତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0