ପ୍ରତ୍ୟେକ ଭାରତୀୟ ଘରେ ଚା କିମ୍ବା କଫି ପିଉଥିବା ଲୋକ ନିଶ୍ଚୟ ଥାଆନ୍ତି। ଅନେକ କଳା କଫି ପିଇବାର ବି ଅଭ୍ୟାସ ରଖନ୍ତି। ଏହି କଳା କଫିର ବହୁ ଉପକାରୀ ଗୁଣ ଅଛି। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ୍ ଓ ନ୍ୟୁଟ୍ରିଏଣ୍ଟ୍ସ ରହିଛି। ତେବେ, କଳା କଫିରେ କ’ଣ ସବୁ ବିଶେଷ ଗୁଣ ରହିଛି ଚାଲନ୍ତୁ ଜାଣିବା କଫି ପିଇଲେ ସ୍ମରଣ ଶକ୍ତି ତୀକ୍ଷ୍ମ ହୋଇଥାଏ। ମସ୍ତିଷ୍କକୁ ସକ୍ରିୟ ରଖେ କଫି। କଫି ପିଇଲେ ସୃଜନଶୀଳତା ବି ବୃଦ୍ଧି ପାଏ ବୋଲି ଗେବେଷକମାନେ ମତ ରଖନ୍ତି। ସକାଳୁ ସକାଳୁ କଳା କଫି ପିଇଲେ ଖୁବ୍ ଭଲ ଭଲ ଭାବନା ସବୁ ମୁଣ୍ଡକୁ ଆସେ ବୋଲି ଦାବି କରାଯାଏ।
–



Visitors Today : 1
Total Visitors : 130167
Total Views : 9891612
Visitors Online Now : 0