ବ୍ରହ୍ମପୁର: ଗଞ୍ଜାମରେ କରୋନା କଟକଣା କୋହଳ ହେବା ପରେ କାଲିଠାରୁ ବ୍ରହ୍ମପୁର ସହରରକୁ କଟକଣା ମୁକ୍ତ କରାଯାଇଛି । ଏଥିଲାଗି ସକାଳ ୫ଟାରୁ ରାତି ୮ଟା ଯାଏ ଦୋକାନ ବଜାର ଖୋଲା ରହିବ ବୋଲି ଜଣାଯାଇଛି । ତେବେ ଏହି ସମୟରେ ସମସ୍ତ ଦୋକାନୀ ପଞ୍ଚସୂତ୍ରୀ ନିୟମ ପାଳନ କରିବାକୁ ପଡିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ୍ ବଳବତ୍ତର ରହିବା ନେଇ ଜିଲ୍ଲାପାଳ ଅମୃତ କୁଲାଙ୍ଗେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲାପାଳ ଦୋକାନୀମାନଙ୍କୁ ଅପିଲ୍ କରିଛନ୍ତି ଯେ, ସମସ୍ତ ଦୋକାନୀ ୨ ମିଟର ସାମାଜିକ ଦୂରତା ରକ୍ଷା କରିବା ସହ ପଞ୍ଚସୂତ୍ରୀ ନିୟମ ପାଳନ କରିବେ ଏବଂ ସମସ୍ତେ ମାସ୍କ ପିନ୍ଧିବେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0