ଭୁବନେଶ୍ୱର : ସମାଜ ସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପ୍ରମାଣ ଖୋଜୁଛି କ୍ରାଇମବ୍ରାଞ୍ଚ । ମୃତ୍ୟୁକୁ ଦେଢ଼ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘଟଣାରୁ ପରଦା ହଟିପାରିନି । ମାମଲାର ସତ୍ୟାସତ ବାହାର କରିବା ପାଇଁ କ୍ରାଇମବ୍ରାଞ୍ଚ ଆଉ ପାଦେ ଆଗେଇଛି । ତଦନ୍ତ ଘେରରେ ଥିବା ସମସ୍ତ ବ୍ୟକ୍ତିଙ୍କର ହେବ ଲାଏ ଡ଼ିଟେକ୍ସନ ଟେଷ୍ଟ । ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ, ପିପୁଲ ଫର ସେବାର ଦୁଇ ସଦସ୍ୟ ପପୁ ଓ ବିକାଶଙ୍କର ଲାଏ ଡ଼ିଟେକ୍ସନ ଟେଷ୍ଟ ହେବ । ତେବେ କେତେବେଳେ ଓ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ ।
ଜୁଲାଇ ୭ରେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ମୃତଦେହ ମିଳିଥିଲା । ଏହା ହତ୍ୟା ନା ଆତ୍ମହତ୍ୟା ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0