ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।୩ ଆକ୍ରାନ୍ତ ଘରେ ସଂଗରୋଧରେ ଥିବା ବେଳେ ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୧୯ ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଏକ ଘରୋଇ ଡାକ୍ତରଖାନା କର୍ମଚାରୀ ବୋଲି ସ୍ପଷ୍ଟ କରିଛି ବିଏମସି । ଏହି ୧୬ ଜଣଙ୍କ ମଧ୍ୟରେ ୩ ଜଣ ପୁରୁଷ କର୍ମଚାରୀ ଥିବା ବେଳେ ୧୩ ଜଣ ମହିଳା ଅଛନ୍ତି । ସେହିଭଳି ଚନ୍ଦ୍ରଶେଖରପୁର ନିଳାଦ୍ରୀବିହାରରୁ ୨ଟି ଲୋକାଲ କେସ ସାମ୍ନାକୁ ଆସିଛି । ଶୈଳଶ୍ରୀବିହାରର ମଧ୍ୟ ଜଣେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଘରେ ସଂଗରୋଧରେ ଥିବା ୩ ଜଣ ଆକ୍ରାନ୍ତ ହେଉଛନ୍ତି ଚନ୍ଦ୍ରଶେଖରପୁର ମୈତ୍ରି ବିହାର, ବିଏସଏସ ନଗର ଓ ରେଲୱେ କର୍ମଚାରୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0