ମୁମ୍ବାଇ: ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ପ୍ରତିଦିନ ଆସୁଛି ନୂଆ ଦିଗ । ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ଏହାକୁ ନେଇ ଏବେ ସିବିଆଇ ତାର ତଦନ୍ତ ଚଲାଇଛି । ଭାରତରୁ ଆରମ୍ଭ କରି ବିଦେଶରେ ରହୁଥିବା ସୁଶାନ୍ତଙ୍କ ପ୍ରଶଂସକ ମଧ୍ୟ ତାଙ୍କୁ ନ୍ୟାୟ ଦେବା ପାଇଁ ଆନେ୍ଦାଳନ କରୁଛନ୍ତି । ବର୍ତ୍ତମାନ ଏହା ବଲିଉଡ୍ ତଥା ଭାରତ ଭିତରେ ସୀମିତ ନ ରହି ଅନ୍ତଃରାଷ୍ଟ୍ରୀୟ ମାମଲାରେ ପରିଣତ ହୋଇସାରିଲାଣି । ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ଭାଇକୁ ନ୍ୟାୟ ଦେବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ସମର୍ଥନ ମାଗୁଛନ୍ତି । ଯାହାର ଉତ୍ତରରେ ସୁଶାନ୍ତଙ୍କୁ ଭଲ ପାଉଥିବା ଲୋକ ମଧ୍ୟ ନ୍ୟାୟ ପାଇଁ ଡିଜିଟାଲ ଆନେ୍ଦାଳନ ଚଲାଇଛନ୍ତି । ଏହି ସମୟରେ ସେ ୧୦୧ ଟି ଦେଶର ଲୋକଙ୍କ ସହ ଜଡିତ ହୋଇଛନ୍ତି । ଶ୍ୱେତା ଏକ ଭିଡିଓକୁ ଟ୍ୱିଟ କରି ଲେଖିଛନ୍ତି- ୧୦୧ ଦେଶର ଲୋକ ଏବେ ଆମ ସହ ଅଛନ୍ତି । ଭିନ୍ନ ଭିନ୍ନ ଧର୍ମର ଲୋକ ମିଶି ମୋ ଭାଇର ଆତ୍ମା ପାଇଁ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରିଛନ୍ତି । ଭଗବାନ କରନ୍ତୁ ଏହି ନ୍ୟାୟର ଲଢେଇରେ ସତ ଏବଂ ନ୍ୟାୟର ବିଜୟ ହେଉ ଏବଂ ସୁଶାନ୍ତଙ୍କୁ ଭଲ ପାଉଥିବା ଲୋକଙ୍କ ଏକତା ସବୁବେଳେ ଏମିତି ଅକ୍ଷୁର୍ଣ୍ଣ ରହୁ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0