spot_img

ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏଠାରେ ଜଳସ୍ତର ବୃଦ୍ଧି ପାଇ ୬.୨୪ ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀକୂଳିଆ ଅଞ୍ଚଳରେ ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବାରେ ଲାଗିଛି । ବସ୍ତା ବ୍ଲକର ୭ଟି ପଞ୍ଚାୟତ ତଥା ମଥାନୀ, ବାହାର୍ଦା, କୁଡିଆ, ଦୁଧହଂସା, ବାସଚକୁରାଇ , ଦରଡା, ବ୍ରାହ୍ମଣଦା, ବରୁଣଗଡିଆ ଓ ସଦର ବ୍ଲକର ୨ ପଞ୍ଚାୟତ ଶ୍ରୀରାମପୁର, ଓ ରସୁଲପୁର ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇଛି । ଚାଷ ଜମିରେ ପାଣି ପସିବା ଫଳରେ ଫସଲ ସବୁ ନଷ୍ଟ ହେବାର ଆଶଙ୍କା ରହିଛି । ସେହିପରି ଅନେକ ସ୍ଥାନର ରାସ୍ତା ଉପରେ ପାଣି ମାଡିଯିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular