କେନ୍ଦୁଝର: କେନ୍ଦୁଝର ଜିଲ୍ଳାରେ ହାତୀଙ୍କ ଉପଦ୍ରବ ବଢିଚାଲିଛି । ଘର ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି । ପାଟଣା ରେଞ୍ଜ ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତରେ ୨୨ଟି ହାତୀପଲ ଦେଓନଦୀ ପାର ହୋଇ ବ୍ୟାପକ ଘର ଭାଙ୍ଗିବା ସହ ଧାନ ଫସଲ ନଷ୍ଟ କରିଛନ୍ତି । ଦିନରେ ଜଙ୍ଗଲ ଭିତରେ ରହୁଥିବାବେଳେ ସନ୍ଧ୍ୟାରେ ଗାଁ ଭିତରକୁ ଆସି ଆତଙ୍କ ଖେଳାଉଛନ୍ତି ହାତୀ । ହାତୀଙ୍କୁ ଘଉଡାଇବାକୁ ବନବିଭାଗ ନାକେଦମ ହୋଇଛି । ଫଳରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0