ଗଜପତି: ଲାଞ୍ଚ ନେଇ ଧରା ପଡ଼ିଲେ ଆଉ ଜଣେ ଅଧିକାରୀ । ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ସପ୍ଲାଇ ଇନ୍ସପେକ୍ଟର ସବ୍ୟସାଚୀ ମହାପାତ୍ର । ଗଜପତି ଜିଲ୍ଲା ନୁୂଆଗଡ଼ା ବ୍ଲକରେ ସପ୍ଲାଇ ଇନ୍ସପେକ୍ଟର ଭାବେ କାମକରୁଥିଲେ ସବ୍ୟସାଚୀ ।
ଅଭିଯୋଗ ମୁତାବକ ଗଞ୍ଜାମ ଜିଲ୍ଳା ଧରାକୋଟ ପୋଲିସ ଷ୍ଟେସନ ଅନ୍ତର୍ଗତ ଯାହାଡ଼ା ଗ୍ରାମର ନିବାସୀ ଶ୍ରୀ ଶିବ ପୋଲାଇଙ୍କ ଠାରୁ ଏକ ଜରୁରୀ ବିଲ ପାସ କରାଇଦେବା ନେଇ ଲାଞ୍ଚନେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ବିଭାଗୀୟ ଅଧିକାରୀ ତାଙ୍କ ବାସଭବନରେ ପହଞ୍ଚିଥିଲେ । ଲାଞ୍ଚଟଙ୍କା ହାତରେ ଧରିଥିବା ସମୟରେ ବିଭାଗୀୟ ଅଧିକାରୀ ପହଞ୍ଚି ଟଙ୍କାକୁ ଜବତ କରିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0