spot_img

ମହାରାଷ୍ଟ୍ର କୋଠା ଭୁଷୁଡ଼ିବା ଘଟଣାରେ ୧୩ ମୃତ, ଅନେକ ନିଖୋଜ

ରାଇଗଡ଼: ଗତକାଲି ରାଇଗଡ଼ ଜିଲ୍ଲାରେ କୋଠା ଭୁଷୁଡ଼ିବା ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଅନେକ ନିଖୋଜ ଅଛନ୍ତି । ୨୪ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଛି । କାଲି ମୋଟ ୬୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା ବେଳେ ଆଜି ୧୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଏନଡିଆର୍‌ଏଫର ୩ଟି ଦଳ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ମାତ୍ର ୭ ବର୍ଷ ତଳେ ନିର୍ମିତ ଏହି ୫ ମହଲା କୋଠାରେ ମୋଟ ୪୫ଟି ଫ୍ଲାଟ୍ ଥିଲା । କୋଠା ନିର୍ମାଣ କରିଥିବା ଠିକାଦାର ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା ନେଇ ରାଇଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଦୁର୍ଘଟଣାରେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ମୁମ୍ବାଇ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନଥିଲେ ବି ପ୍ରବଳ ବର୍ଷା ଯୋଗୁଁ ଏଭଳି ଘଟିଥିବା ଅନୁମାନ କରାଯାଉଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular