spot_img

ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରୋନା

ରାୟଗଡା: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ କରେନା । ରାୟଗଡା ଜେଲର ଏନ କେ ଦେହରିଆ ଏନେଇ ସୂଚନା ଦେଇଛନ୍ତି । ଡବଲ ମର୍ଡର ମାମଲାରେ ଛତିଶଗଡର ରାୟଗଡା ଜେଲରେ ଥିବା ପୂର୍ବତନ ବିଧାୟକ ଅନୁପ ସାଏ ଗତକାଲି ଗୁରୁତର ହୋଇପଡିଥିଲେ । ଗତକାଲି ରାତିରେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ଜେଲ କର୍ତ୍ତୃପକ୍ଷ ତୁରନ୍ତ ଅନୁପ ସାଏଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସ୍ୱାସ୍ଥ୍ୟ ଅବସ୍ଥା ଜଟିଳ ପରେ ରାୟଗଡ ସ୍ଥିତ ଫାର୍ଟିସ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହା ପରେ ତାଙ୍କର କୋଭିଡ ପରୀକ୍ଷା କରାଯାଇଥିଲା । ତେବେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବାର ଜେଲର ସୂଚାନ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular