spot_img

ରାଉଲକେଲାରେ କାନ୍ଥ ଭୁଷୁଡି ଯୁବକ ଗୁରୁତର

ରାଉଲକେଲା: ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି । ଆଜି ସକାଳେ ସୁନ୍ଦରଗଡ ଜିଲ୍ଳାରେ ରାଉରକେଲା ମହାନଗରରେ ପଶିଛି ବ୍ରାହ୍ମଣୀ ବନ୍ୟା ଜଳ । ଗୋପବନ୍ଦୁପାଲ୍ଲୀ ଅମରନାଥ ବସ୍ତିରେ କାନ୍ଥ ପଡି ଦୀପକ ତନ୍ତୀ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି । ବନ୍ୟା ଜଳରେ ପାନପୋଷ ବାଲୁଘାଟର ନୂଆବସ୍ତି, ତେଲୁଗୁ ବସ୍ତି, ପଲ ପଲ ବସ୍ତିର ୨୦ ରୁ ଅଧିକ ଘର ପାଣି ଘେରରେ ରହିଛି । ନଦୀର ଜଳ ସ୍ତର ବଢୁଥିବାରୁ ବସ୍ତି ବାସିନ୍ଦା ଭୟରେ ରହିଛନ୍ତି । ଉଦିତନଗର ଶୀତଳପଡାର ୨୨ରୁ ଅଧିକ କଚା ଘର ଭୁଷୁଡି ପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular