spot_img

କେନ୍ଦ୍ରାପଡାର ୧୦ ପଞ୍ଚାୟତ ଜଳବନ୍ଦୀ

କଟକର ବାଙ୍କୀ, ବଡମ୍ବା , ସାଲେପୁର , ମାହାଙ୍ଗା, ନିଶ୍ଚିତକୋଇଲି, କେନ୍ଦ୍ରାପଡା ଓ ଜଗତସିଂହପୁରରୁ ଅଧିକାଂଶ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲଗାଣ ବର୍ଷା ଯୋଗୁଁ କଟକ କେନ୍ଦ୍ରାପଡା , ଜଗତସିଂପୁର, ତଳିଆ ଅଞ୍ଚଳରେ ଜଳମଗ୍ନ ହେବା ସହିତ ହଜାର ହଜାର ହେକ୍ଟର ଚାଷ ଜମି ପାଣିରେ ବୁଡି ରହିଛି । କେନ୍ଦ୍ରାପଡା ଜିଲ୍ଳାରେ ୧୬୮.୩ ମିମି ହାରରେ ମୋଟ ୧୫୧୫.୦ ମିମି ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ସବୁଠୁ ଅଧିକ ପରିମାଣର ୨୩୪ ମିମି ବର୍ଷା ମାର୍ଶାଘାଇରେ ରେକର୍ଡ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଡେରାବିଶ ବ୍ଲକ ରତାଦିଆ ଖଣ୍ଡସାହି ପଞ୍ଚାୟତ ଅନ୍ତର୍ଗତ ଇଷଣାଦିଆ ଗ୍ରାମର ଜଣେ ବୃଦ୍ଧଙ୍କ ଉପରେ କାନ୍ଥ ପଡିବା ଫଳରେ ସେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ବନ୍ୟା ଯୋଗୁଁ ଧୋୟାଞ୍ଚଳ ୧୦ ପଞ୍ଚାୟତର ଅନ୍ୟୁନ ୭୦ ହଜାର ଅଧିବାସୀ ଗତ ଏକ ସପ୍ତାହ ହେଲା ଜଳବନ୍ଦୀ ହୋଇ ରହିଛନ୍ତି । ଧୋୟାଞ୍ଚଳର ମୁଖ୍ୟ ଯୋଗାଯୋଗ ପଥ ମନପୁର-ଗୋବିନ୍ଦପୁର ରାସ୍ତାର ଡିମିରିପାଳ ମଠ ନିକଟ ରାସ୍ତା ଉପରେ ୫ଫୁଟର ପାଣିସୁଅ ଚାଲିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular