ଦକ୍ଷିଣ ଚୀନ ସାଗରରେ କ୍ଷେପଣାସ୍ତ୍ର ନିକ୍ଷେପ କରି ପୁଣିଥରେ ବିବାଦ ସୃଷ୍ଟି କରିଛି ଡ୍ରାଗନ। ଚୀନ ସୈନ୍ୟବାହିନୀ ଦକ୍ଷିଣ ଚୀନ ସାଗରରେ ଦୁଇଟି ‘କ୍ଷେପଣାସ୍ତ୍ର’ ପରୀକ୍ଷଣ କରିଛନ୍ତି। ଯେଉଁଥିରେ ଏକ ‘କ୍ୟାରିଅର୍ କିଲର୍’ କ୍ଷେପଣାସ୍ତ୍ର ମଧ୍ୟ ସାମିଲ ଅଛି । ତେବେ ଏହି କ୍ଷେପଣାସ୍ତ୍ର ନିକ୍ଷେପ କରିବାର ଉଦ୍ଦେଶ୍ୟ ଆମେରିକାକୁ ଭୟଭୀତ କରିବା ଏବଂ ଚେତାବନୀ ଦେବା ବୋଲି ବିଶେଷଜ୍ଞ ମତ ରଖିଛନ୍ତି ।ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, ଏହା ଏକ ସାଧାରଣ ଯୁଦ୍ଧାଭ୍ୟାସ। ଆମେରିକାର ଗୁପ୍ତଚର ବିମାନ ଉଡ଼ାଣକୁ ଚୀନ ଦୃଢ ବିରୋଧ କରିଛି। ଆମେରିକାକୁ ଏପରି କାର୍ୟ୍ୟ ବନ୍ଦ କରିବାକୁ ଦାବି କରିଛି। ଯଦି ଆମେରିକା ଗୁପ୍ତଚର ବିମାନ ଚଳାଇବା ଜାରି ରଖେ, ତେବେ ଚୀନ ମଧ୍ୟ ଏକ ଯୁକ୍ତିଯୁକ୍ତ ଉତ୍ତର ଦେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0