ବାଙ୍କୀ: ବିଦ୍ୟୁତ ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ। ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ମୁତାବକ, ମୃତ ବ୍ୟକ୍ତି ହେଲେ ପ୍ରକାଶ ଦଳାଇ। ବନ୍ୟାପାଣିରେ ଜାଲ ବିଛାଇ ମାଛ ଧରିବା ବେଳେ ବର୍ଷା ପାଣିରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିଲା। ସେହି ସମୟରେ ବିଦ୍ୟୁତ ତାର ସସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟ ମାଛ ଧରାଳିମାନେ ସ୍ଥାନୀୟ ଲୋକଙ୍କୁ ଖବର ଦେବାପରେ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ବିଳମ୍ବରେ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ପହଁଞ୍ଚିବା ପୂର୍ବରୁ ସ୍ଥାନୀୟ ମାଛ ଧରାଳି ଯୁବକଙ୍କୁ ଡଙ୍ଗାରେ ଉଦ୍ଧାର କରିଥିଲେ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।



Visitors Today : 2
Total Visitors : 130556
Total Views : 9892109
Visitors Online Now : 0