spot_img

ରାୟଗଡା ଜେଲରେ ପଶିଲା କରୋନା

ରାୟଗଡା : ରାୟଗଡା ଜିଲ୍ଲାରେ ଆଜି ସର୍ବାଧିକ ୪୯୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ରାୟଗଡା ଉପ କାରାଗାରରେ ୫ ଜଣ କର୍ମଚାରୀ ଓ ୧୫୨ ଜଣ ବିଚାରାଧିନ କଏଦୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଜେଲ ପରିସରରକୁ ସରକାରଙ୍କ ନିୟମ ଅନୁଯାୟୀ କୋଭିଡ କେୟାର ହୋମ ଘୋଷଣା କରାଯାଇଛି । ଲକ୍ଷଣ ବିହୀନ କଏଦୀଙ୍କୁ ଅଲଗା ରହିବା ବ୍ୟବସ୍ଥା କରାଯାଇଛି । ଏଥିସହ ଗୁଣୁପୁର ଉପକାରାଗାରରେ ମଧ୍ୟ ୬୧ ଜଣ ବିଚାରଧୀନ କଏଦୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ଗୁଣୁପୁର ଓ ରାୟଗଡାରେ ଚିକିତ୍ସା ପାଇଁ ଡାକ୍ତର ସୁବିଧା ଯୋଗାଇ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular