ଗୁଗଲ ଡୁଓ ଖୁବ୍ ଶୀଘ୍ର ଆଣ୍ଡ୍ରଏଡ଼ ଟିଭିରେ ଆସୁଛି । ବିଟା ଭର୍ସନରେ ଏହାର ପରୀକ୍ଷା ନୀରିକ୍ଷା ଚାଲିଛି । ଆଣ୍ଡ୍ରଏଡ ଟିଭିରେ ନୂଆ ଅପଡେଟ ଆସିବା ପରେ ବ୍ୟବହାରକାରୀ ନିଜ ଟିଭିରେ ଭିଡ଼ିଓ କଲିଂ କାରିପାରିବେ । ଏହା ପୂର୍ବରୁ ଏହି ମାସ ଆରମ୍ଭରୁ ଗୁଗୁଲ କ୍ରୋମକାଷ୍ଟରେ ଗୁଗୁଲ ମିଟର ସୁବିଧା ଉପଲବ୍ଧ ହୋଇଥିଲା । ଗୁଗୁଲ ଡୁଓ ସାହାଯ୍ୟରେ ଆପଣ ଗ୍ରୁପ ଓ ୱାନ ଟୁ ୱାନ ଭିଡ଼ିଓ କଲିଂ କରିପାରିବେ । ଏହି ସୁବିଧା ବାବଦରେ ଗୁଗଲ ନିଜ ବ୍ଲଗରେ ସୂଚନା ଦେଇଛି । ବଡ଼ ସ୍କ୍ରିନର ସୁବିଧା ଖାଲି ମିଟିଂ ପାଇଁ କାହିଁକି? ଏହାର ବ୍ୟବହାର ବନ୍ଧୁ ଓ ପରିବାର ସହ ଭିଡ଼ିଓ କଲିଂ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ବ୍ଲଗରେ ଉଲ୍ଲେଖ କରାଯାଇଛି । କେବଳ ଯଦି ଆପଣଙ୍କ ଟିଭିରେ କ୍ୟାମେରା ନାହିଁ , ତେବେ ଭିଡ଼ିଓ କଲିଂ ପାଇଁ ଆପଣ ୟୁଏସବି କ୍ୟାମେରା ବ୍ୟବହାର କରିପାରିବେ । ଖୁବ ଶୀଘ୍ର ଗୁଗଲ, ଗୁଗଲ ମିଟକୁ ହଟାଇ ତା’ର ସ୍ଥାନ ଗୁଗଲ ଡୁଓକୁ ଦେବ । କୁହାଯାଇଛି କି ଏହା ପରେ ଏହାର ନାମ ‘ଡୁଏଟ’ ରଖାଯିବ । କିଛି ଦିନ ପୂର୍ବରୁ ଗୁଗୁଲ ଡୁଓର ୱେବ ଭର୍ସନରେ ଏକା ଥରକେ ୩୨ ଜଣ ଲୋକଙ୍କୁ ଭିଡ଼ିଓ କଲିଂ ଓ ଭିଡ଼ିଓ କନଫରେନ୍ସିଂ କରିବାର ସୁବିଧା ଦିଆଯାଇଥିଲା । କମ୍ପାନୀ ଗୁଗଲ ଡିଓରେ ଫ୍ୟାମିଲି ମୋଡ଼ର ସୁବିଧା ମଧ୍ୟ ଦେଇଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0