spot_img

ଚାଲିଗଲା ଆନାକୋଣ୍ଡା

ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ପ୍ରାଣ ହରାଇଛି । ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ଘଟିଲାଣି । ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାର ମୃତ୍ୟୁ ହୋଇଛି କି ତାହା ଜଣା ପଡିନାହିଁ । ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ । ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା । ସେତେବେଳେ ଓୟୁଏଟିରୁ ଡାକ୍ତରୀ ଟିମ୍ ନନ୍ଦନକାନନ ଆସି ଆନାକୋଣ୍ଡାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ଚେନ୍ନାଇରୁ ଆନାକୋଣ୍ଡାଙ୍କୁ ଅଣା ଯାଇଥିବାରୁ ସେଠିକାର ଚିଡିଆଖାନାର ବିଶେଷଜ୍ଞ ଡାକ୍ତରଙ୍କୁ ଡକାଯାଇଥିଲା । ବଂଶବୃଦ୍ଧି କରିବାକ୍ୁ ଅଣାଯାଇଥିବା ଏହି ଆନାକୋଣ୍ଡା ଏବେ ଲୋପ ପାଇବାକୁ ଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular