ଭୁବନେଶ୍ୱର : ଜେଇଇ ଓ ଏନଇଇଟି ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା କାଲିଠାରୁ ଲକଡାଉନ ଓ ସଟଡାଉନ କଟକଣାରେ କୋହଳ କରିଛନ୍ତି । ଏ ସଂପର୍କରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।ରାଜ୍ୟରେ ଜେଇଇ(ମେନ) ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ତାରିଖ ପର୍ୟ୍ୟନ୍ତ ଲକଡାଉନ୍ ଓ ସଟଡାଉନ୍ କଟକଣା କୋହଳ କରିଛନ୍ତି । ସେହିପରି ଏନଇଇଟି(ୟୁଜି) ସେପ୍ଟେମ୍ବର ୧୩ ତାରିଖରେ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ୧୨ରୁ ୧୪ ପର୍ୟ୍ୟନ୍ତ ଲକଡାଉନ ଓ ସଟଡାଉନ ନିୟମକୁ କୋହଳ କରିଛନ୍ତି । ଏହା ସହିତ ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା ପରିଚାଳନା ସହ ସଂପୃକ୍ତ କର୍ମକର୍ତ୍ତା ଯଥା କୋର୍ଡିନେଟର, ପର୍ୟ୍ୟବେକ୍ଷାକ, କେନ୍ଦ୍ର ଅଧୀକ୍ଷକ, ଉପ-କେନ୍ଦ୍ର ଅଧୀକ୍ଷକ,ସହାୟକ କର୍ମଚାରୀ, ଟେକନିକାଲ କର୍ମଚାରୀ ଆଦିଙ୍କୁ ମଧ୍ୟ ଗୋଟିଏ ସହରରୁ ପରୀକ୍ଷା ହେଉଥିବା ସହରକୁ ଯିବାକୁ ଅନୁମତି ମିଳିବ । ଛାତ୍ରଛାତ୍ରୀମାନେ ନିଜର ଆଡମିଟ କାର୍ଡର କପି ବା ସଫ୍ଟ କପି ଦେଖାଇ ଯାତ୍ରା କରିପାରିବେ ।ତେବେ ପରୀକ୍ଷାକେନ୍ଦ୍ରରେ କୋଭିଡ କଟକଣା କଡାକଡ଼ିଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।



Visitors Today : 1
Total Visitors : 130176
Total Views : 9891623
Visitors Online Now : 1