ପ୍ରାତଃଭୋଜନ ନଖାଇବା ଦ୍ୱାରା ପାକସ୍ଥଳୀ କ୍ଷତିଗ୍ରସ୍ତ ହୋଇଥାଏ ।୨୪ ଘଣ୍ଟାରେ ଅତି କମରେ ୧୦ ଗ୍ଲାସ୍ ପାଣି ନପିଇଲେ କିଡ଼୍ନୀ ଜନିତ ସମସ୍ୟା ଦେଖା ଦେଇଥାଏ । ରାତି ୧୧ଟା ସୁଦ୍ଧା ଶଯ୍ୟାଗ୍ରହଣ ଓ ସୂର୍ଯ୍ୟୋଦୟ ପୂର୍ବରୁ ଶଯ୍ୟାତ୍ୟାଗ ନକଲେ ପିତ୍ତକୋଷ କ୍ଷତିଗ୍ରସ୍ତ ହୋଇଥାଏ ।
ଥଣ୍ଡା ଓ ବାସି ଖାଦ୍ୟ ଖାଇବା ଦ୍ୱାରା ବୃହଦନ୍ତ୍ର କ୍ଷତିଗ୍ରସ୍ତ ହୋଇଥାଏ । ଅତ୍ୟଧିକ ମସଲା ଓ ଛଣା ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଏହା ଉପରେ ପ୍ରଭାବ ପଡ଼ିଥାଏ ।

ପ୍ରଶ୍ୱାସରେ ଧୂଆଁ ଓ ସିଗାରେଟ୍ ଧୂଆଁର ପରିସରରେ ରହିଲେ ମଧ୍ୟ ଯକୃତ କ୍ଷତିଗ୍ରସ୍ତ ୋହାଇଥାଏ । ଶରୀରରେ କୋଲେଷ୍ଟ୍ରଲ ଓ ଖାଦ୍ୟରେ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ହୃତପିଣ୍ଡ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ । ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ପାଜନ ଗ୍ରନ୍ଥି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ । ଅନ୍ଧାରରେ ମୋବାଇଲ ଫୋନର ଲାଇଟ୍ ଓ କମ୍ପ୍ୟୁଟରରେ କାମ କରିବା ଦ୍ୱାରା ଆମ ଆଖି ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଜୀବନର ହସଖୁସି, ଦୁଃଖ ବାଣ୍ଟିବାକୁ ଯେତେବେଳେ ଆମ ପାଖରେ ପରିବାର ଓ ବନ୍ଧୁ ନଥାନ୍ତି, ସେତେବେଳେ ଆମ ଆତ୍ମା କଷ୍ଟ ପାଇଥାଏ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0