spot_img

ଫାର୍ମରେ ନିଆଁ ଲାଗି ଜଳିଗଲେ ୫୦ ହଜାରରୁ ଅଧିକ କୁକୁଡ଼ା

ପାରାଦୀପ: ନିଆଁରେ ଜଳିଗେଲେ ୫୦ ହଜାରରୁ ଊର୍ଦ୍ଧ୍ୱ କୁକୁଡା । ପାରାଦୀପ ଏରସମା ବ୍ଲକ ନୂଆଗାଁ ରାମଚଣ୍ଡୀପଡ଼ାରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତ୍ରିରେ ପବିତ୍ର ସ୍ୱାଇଁଙ୍କ କୁକୁଡା ଫାର୍ମରେ ନିଆଁ ଲାଗିଯାଇଥିଲା । ଫଳରେ ଛାଳଛପର ପୋଡ଼ିଯିବା ସହ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି । ଅନ୍ୟପଟେ ବିପନ୍ନ ପରିବାର ଏନେଇ ଜଗତସିଂହପୁର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତ ।

farm

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବି ରାତିରେ କୁକୁଡ଼ା ଫାର୍ମରେ ନିଆଁ ଲାଗିଥିଲେ । ପବିତ୍ର ତାଙ୍କ ଫାର୍ମରେ ୫୦ ହଜାରରୁ ଅଧିକ କୁକୁଡ଼ା ଚିଆଁ ଛାଡ଼ିଲେ । ଆଉ ମାତ୍ର ୧୫ ଦିନ ପରେ ସେମାନେ ସେ କୁକୁଡ଼ା ବିକ୍ରି କରିଥାନ୍ତେ । ତେବେ କେହି ଜଣେ ଆକ୍ରୋଶମୂଳକ ଭାବେ ଏହା କରିଥିବା ଅଭିଯୋଗ ହୋଇଛି । କାରଣ ବର୍ଷାରେ ଫାର୍ମର ଚାଳ ଓଦା ଥିଲା । ତଥାପି ଅଗ୍ନିକାଣ୍ଡ ଏତେ ମାତ୍ରାରେ ଥିଲାଯେ ସବୁ କୁକୁଡ଼ା ପୁରା ପାଉଁଶ ହୋଇଯାଇଥିଲେ । କେହି ଜଣେ ପେଟ୍ରୋଲ ଢ଼ାଳି ଏଭଳି କରିଥିବା ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular