spot_img

କରୋନାରେ ସଂକ୍ରମିତ ହେଲେ ଭଦ୍ରକ ଉପଜିଲ୍ଲାପାଳ

ଭଦ୍ରକ : କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଭଦ୍ରକ ଉପଜିଲ୍ଲାପାଳ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ କୋଭିଡ଼୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାପରେ ତାଙ୍କ ଚିକିତ୍ସା ଜାରି ରହିଛି । ତେଣୁ ତାଙ୍କ ସ୍ଥାନରେ ଅତିରିକ୍ତ ଉପ ଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଦାୟିତ୍ୱ ଦିଆଯାଇଛି । ସେପ୍ଟେମ୍ବର ୧୫ ପର୍ୟ୍ୟନ୍ତ ଅତିରିକ୍ତ ଉପ ଜିଲ୍ଲାପାଳ ଜିଲ୍ଲାପାଳ ମନୋରମା ଭୂୟାଁ ଦାୟିତ୍ୱରେ ରହିବେ । ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular