ଭୁବନେଶ୍ୱର : କୋଭିଡ୍-୧୯କୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ହେବାକୁ ଥିବା ଓସିଏସ୍-୧୯(ଓଡ଼ିଶା ସିଭିଲ ସର୍ଭିସ) ମୁଖ୍ୟ ଲିଖିତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ୍(ଓପିଏସସି)ଙ୍କ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ରାଜ୍ୟ ସରକାରଙ୍କ ଗାଇଡ୍ଲାଇନ୍ ତଥା ନିର୍ଦେଶ ମୁତାବକ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହୋଇପାରେ। ପରୀକ୍ଷା ତାରିଖ ଓ ସମୟ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ଓପିଏସସି ପକ୍ଷରୁ କୁହାଯାଇଛି। ପରୀକ୍ଷାର୍ଥୀମାନେ ନିୟମିତ ଭାବେ କମିସନଙ୍କ ୱେବ ସାଇଟ୍ http://www.opsc.gov.in ଦେଖିବାକୁ ପରାମର୍ଶ ଦିଆଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0