କୋରାପୁଟ: କୋରାପୁଟ ଓ ମାଲକାନାଗିରି ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ଅଭୟ । ଜିଲ୍ଲାରେ ମାଓ ଦମନ ଓ କୋଭିଡ଼ ସଂକ୍ରମଣ ସ୍ଥିତି ନେଇ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍ତି । କୋରାପୁଟ ଜିଲ୍ଲା ଗସ୍ତ ସମୟରେ ଜିଲ୍ଲା ପୋଲିସ ଜାର୍ୟ୍ୟାଳୟରେ ଏକ ବୈଠକରେ ଯୋଗଦେଇଥିଲେ , ଏବଂ ବିଭିନ୍ନ ସ୍ଥିତିର ସମୀକ୍ଷା ମଧ୍ୟ କରିଥିଲେ । କୋରାପୁଟ ଏସପିଙ୍କ କାର୍ୟ୍ୟାଲୟରେ ହୋଇଥିବା ରୁଦ୍ଧ ଦ୍ୱାର ବୈଠକରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ନିର୍ଦ୍ଦେଶକ , ଆଇଜି ଅପରେସନ , ଏସଓଜି କମାଣ୍ଡେଣ୍ଟଙ୍କ ସମେତ ଓଏସଏପି ଏବଂ ଆଇଆରବି କୋବ୍ରା ବାଟାଲିୟନର କମାଣ୍ଡେଣ୍ଟମାନେ ଉପସ୍ଥିତ ରହିଥିଲେ ।
ତେବେ କୋରାପୁଟ ଜିଲ୍ଲାର ଅଧିକାଂଶ ପୋଲିସ ଅଧିକାରୀ ଏବେ କରୋନାରେ ଆକ୍ରାନ୍ତ ହୋଇ କ୍ୱାରେଣ୍ଟାଇନରେ ରହିଛନ୍ତି । ସେପଟେ ସୁସ୍ଥ ହୋଇ କିଛି ଅଧିକାରୀ ଫେରିଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସହ ସ୍ୱାସ୍ଥ୍ୟ ସଂପର୍କରେ ପଚାରି ବୁଝିଛନ୍ତି । ସେହିପରି ଜିଲ୍ଲାରେ ମାଓ ସ୍ଥିତି, ଆଇନ ଶୃଙ୍ଖଳା , ଗଂଜେଇ ଚାଷ ଓ ଚୋରାଚାଲାଣ ସମ୍ପର୍କରେ ସମୀକ୍ଷା କରିଛନ୍ତି ଡିଜିପି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0