ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଈ ରେ ଫସି ରହିଥିଲେ ୮୦ ଗୋରୁ। ବନ୍ୟା ପାଣିରେ ଜଳବନ୍ଦୀରେ ରହିଥିବା ୮୦ ଗୋରୁଙ୍କୁ ଆଜି ରାଣୀପୋଖରୀ ଗ୍ରାମବାସୀ ଉଦ୍ଧାର କରିଛନ୍ତି। ଏହି ଗୋରୁମାନେ ବନ୍ୟା ପୂର୍ବରୁ ସରୁ ନଈ ପହଁରି ଖରସ୍ରୋତା ନଈ ଭିତର ଦୁଇ କିଲୋମିଟର ବାଟ ଚାଲି ଚାଲି ଟାପୁକୁ ଘାସ ଚରିବା ପାଇଁ ଯାଇଥିଲେ। ଗତକାଲି ଦୃତଗତିରେ ବୃଦ୍ଧି ପାଉଥିବା ବନ୍ୟା ପାଣିରେ ଚାରିପଟୁ ପାଣି ଘେରିଯାଇଥିଲା। ଫଳରେ ନଈଟାପୁରେ ଗୋରୁମାନେ ଫସି ରହିଯାଇଥିଲେ। ପାଣି ଭିତରେ ରହି ଗାଈ ମାନେ ଚିତ୍କାର କରିଥିଲେ । ରଡି ଶୁଣି ରାଣୀପୋଖରୀ ଗ୍ରାମବାସୀମାନେ ଦଳବଦ୍ଧ ହୋଇ ଡଙ୍ଗାରେ ଯାଇ ନଈ ଟାପୁରୁ ଗୋରୁମାନଙ୍କୁ ଉଦ୍ଧାର କରିଛନ୍ତି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0