କରୋନା ମହାମାରିର ମୁକାବିଲା ଲାଗି କେନ୍ଦ୍ର ସରକାର ଜାରି କରିଥିବା କଟକଣା ନିୟମରେ ବଡ଼ ଧରଣର ପରିବର୍ତନ କରିଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଅନ୍ଲକ୍-୪ ଗାଇଡ୍ଲାଇନ୍ସରେ ସ୍ପଷ୍ଟ କରି ଦିଆଯାଇଛି ଯେ କଣ୍ଟେନମେଣ୍ଟ୍ ଜୋନ୍ ବାହାରେ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଲକ୍ ଡାଉନ୍ ଘୋଷଣା କରିପାରିବେ ନାହିଁ। ଯଦି କୌଣସି ରାଜ୍ୟ ସରକାର ଏଭଳି କଟକଣା ଲାଗୁ କରିବାକୁ ଚାହିଁବେ ତାହାହେଲେ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଠାରୁ ଆଗୁଆ ଅନୁମତି ନେବାକୁ ପଡ଼ିବ।ରାଜ୍ୟ ଭିତରେ ଏବଂ ରାଜ୍ୟମାନଙ୍କ ମଧ୍ୟରେ କୌଣସି ପ୍ରକାର ଯାତାୟତକୁ ମଧ୍ୟ କଟକଣାମୁକ୍ତ ରଖାଯାଇଛି। ସେପ୍ଟେମ୍ବର ମାସରେ ମଧ୍ୟ ସ୍କୁଲ ଓ କଲେଜ ବନ୍ଦ ରହିବ। ତେବେ ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମାବେଶ କଟକଣାକୁ କୋହଳ କରାଯାଇଛି। ଏଭଳି ସମାବେଶରେ ସର୍ବାଧିକ ୧୦୦ ଲୋକ ଭାଗ ନେଇପାରିବେ ବୋଲି କୁହାଯାଇଛି।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0