ଆଳି: ଗତ ଦୁଇ ସପ୍ତାହ ହେଲା ଖରସ୍ରୋତା, କାଣୀ ନଦୀ ବନ୍ୟା ଘେରରେ ଜଳବନ୍ଦୀ ରହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତର ୭୦ ହଜାର ଅଧିବାସୀ। ଶୁକ୍ରବାର ରାତିରେ ମଧୁବନ ଓ ଗଣେଶ୍ବରପୁର ନଦୀବନ୍ଧ ଭାଙ୍ଗି ଘରେ, ଘରେ ବନ୍ୟାପାଣି ପଶିଯିବା ପରେ ଏହି ବିପନ୍ନମାନଙ୍କର ସ୍ଥିତି ସଙ୍ଗୀନ ହୋଇପଡିଛି । ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଦୁଃଖ, ଦୁର୍ଦ୍ଦଶା ମଧ୍ୟରେ ଥିବା ଏହି ବନ୍ୟା ଦୁର୍ଗତମାନଙ୍କ ନିକଟରେ ଆଜି ଆଳି ବିଧାୟକ ପ୍ରତାପ କେଶରୀ ଦେବ ପହଞ୍ଚି ବନ୍ୟା ବିପନ୍ନଙ୍କ ସମସ୍ୟା ସଂପର୍କରେ ପଚାରି ବୁଝିବା ସହିତ ଜଳବନ୍ଦୀରେ ଥିବା ମାନପୁର, ମଙ୍ଗରାଜପୁର, ପୁନର୍ବସତି,ଠାକୁର ସାହି,ପେତପଡା, ଖରଖରୀ, ମଦନଗିରୀ, ଏରଡଙ୍ଗ, ପାଳିମୀ ଗ୍ରାମର ଜଳବନ୍ଦୀମାନଙ୍କୁ ଚୁଡ଼ା ,ଗୁଡ଼, ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ପ୍ୟାକେଟ ବଣ୍ଟନ କରିଛନ୍ତି।



Visitors Today : 0
Total Visitors : 130430
Total Views : 9891961
Visitors Online Now : 0