ଏକତା କପୁର ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ବନ୍ଧୁତ୍ୱ ବିଷୟରେ ସମସ୍ତେ ଜାଣିଛନ୍ତି । ଉଭୟଙ୍କ ବନ୍ଧୁତ୍ୱ “କ୍ୟୋକି ଶାସ ଭି କଭି ବହୁ ଥି” ସମୟରୁ ହୋଇଛି । ଦୁଇ ଜଣ ନିଜ ନିଜ କ୍ଷେତ୍ରରେ ସଫଳତା ହାସଲ କରିଥିଲେ । ଏକତା ସୋସିଆଲ ମିଡିଆରେ ପୁରୁଣା ସ୍ମୃତି ସବୁ ସେୟାର କରିଥାନ୍ତି । ଏସବୁ ମଧ୍ୟରେ ସେ ପୁଣି ଥରେ ସ୍ମୃତି ଇରାନୀଙ୍କର ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ୧୯୯୮ ମସିହାର ।
ଏକତା ଏହି ଭିଡିଓ ସେୟାର କରିବା ସହ ଲେଖିଛନ୍ତି, “ମୋ ବନ୍ଧୁ ସ୍ମୃତି ଇରାନୀ ମିସ୍ ଇଣ୍ଡିଆ ପ୍ରତିଯୋଗୀତାରେ ଭାଗ ନେଇ ନିଜର କ୍ୟାରିୟର କରିଥିଲେ । ଏହି ପ୍ରତିଯୋଗୀତାରେ ସେ ବିଜେତା ହୋଇପାରି ନଥିଲେ ସତ କିନ୍ତୁ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ । ଏହା ସେହି ଲୋକମାନଙ୍କ ପାଇଁ ଯେଉଁମାନେ ଭାବିଥାନ୍ତି, ସଫଳତା ଖୁବ୍ ସହଜରେ ମିଳିଥାଏ କିନ୍ତୁ ବାସ୍ତବରେ ଏଥିପାଇଁ ବହୁତ କଷ୍ଟ କରିବାକୁ ପଡିଥାଏ । ଏହାକୁ ହାସଲ କରିବା ବହୁତ କଷ୍ଟ ଏବଂ ଯେଉଁ ଲୋକ ଏହାକୁ ହାସଲ କରିଥାନ୍ତି ସେମାନେ କଠିନ ପରିଶ୍ରମ କରିଥାନ୍ତି । ଆଜି ସେ ଜଣେ ମନ୍ତୟୀ । ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱ ହିଁ ବଦଳି ଯାଇଛି ।”
ଆଗକୁ ଏକତା ଏହା ମଧ୍ୟ ଲେଖିଛନ୍ତି, ଯେତେବେଳେ ସ୍ମୃତି ନିଜର କ୍ୟାରିୟର ଆରମ୍ଭ କରିଥିଲେ ସେତେବେଳେ ସେ ବହୁତ ଲାଜକୁଳି ଏବଂ ସାଧାରଣ ଝିଅ ଥିଲେ । କିିନ୍ତୁ ଏହି ଝିଅ ସମସ୍ତଙ୍କ ମନକୁ କିଣିପାରିବ ବୋଲି ତାଙ୍କ ହସ ଦେଖି ଜଣାପଡିଥିଲା । ସ୍ମୃତି ଆଜି ମଧ୍ୟ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ତୁରନ୍ତ ହଁ କହିଥାନ୍ତି । ତାଙ୍କର ଏହି ବ୍ୟବହାର ଅନ୍ୟମାନଙ୍କ ଠାରୁ ସ୍ୱତନ୍ତୟ ପରିଚୟ ଦେଇଥାଏ । ମୁଁ ତୁମକୁ ନେଇ ବହୁତ ଗର୍ବିତ ।
ରିପୋର୍ଟ ଅନୁଯାୟୀ ୨୦୦୦ମସିହାରେ ସ୍ମୃତି ସିରିୟଲ “ଆତିସ” ଏବଂ “ହମ ହେ କଲ ଆଜ ଅର୍ କଲ” ଛୋଟ ପରଦାରେ ଏଣ୍ଟ୍ରି କରିଥିଲେ । ଦୁଇଟି ସିରିୟଲ ଷ୍ଟାର ପ୍ଲସରେ ପ୍ରସାରିତ ହୋଇଥିଲା । କିନ୍ତୁ ଏକତା କପୁରଙ୍କ ଶୋ’ “କ୍ୟୋକି ଶାସ ଭି କଭି ବହୁ ଥି”ରେ ସ୍ମୃତି ଇରାନୀ ଘରେ ଘରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।
ସୂଚନା ମୁତାବକ “ତୁଲସୀ ଭିରାନୀ”ର ଅଭିନୟ କରି ଲୋକପ୍ରିୟ ହୋଇଥିବା ସ୍ମୃତି ଇରାନୀଙ୍କୁ ପ୍ରଥମେ ଏକତା କପୁରଙ୍କ ଟିମ୍ ରିଜେକ୍ଟ କରିଦେଇଥିଲା । ଏହି ଘଟଣା ସ୍ମୃତି ନିଜେ ଖୁଲାସା କରି କହିଥିଲେ, “ମୁଁ ୨୦ ବର୍ଷ ପର୍ଯ୍ୟନ୍ତ ଟେଲିଭିଜନ ସହ ଯୋଡି ହୋଇ ରହିଛି । ଏହା ମତେ ରାଜନୀତିକୁ ଆସିବାର ପ୍ଲେଟଫର୍ମ ଦେଇଛି । ଏଥିପାଇଁ ମୁଁ ସର୍ବଦା ଟେଲିଭିଜନର କୃତଜ୍ଞ ରହିବି । ଏହାବ୍ୟତୀତ ଏକତା କପୁର ମତେ ବହୁତ ସପୋର୍ଟ କରିଛନ୍ତି । ଅନେକ ଝିଅମାନଙ୍କ ସହ ଯେତେବେଳେ ଏଠାରେ ମୁଁ ଅଡିସନ୍ ଦେବାକୁ ଆସିଥିଲି ସେତେବେଳେ ମୁଁ ଟିଭିରେ ଅଭିନୟ କରିବା ପାଇଁ ଫିଟ୍ ନଥିଲି । ଏନେଇ ଟିମ୍ ମତେ ରିଜେକ୍ଟ କରିବା ପରେ କେବଳ ଏକତା ହିଁ ମତେ ସିଲେକ୍ଟ କରିଥିଲେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0