ଆସିକା: ପ୍ରାତଃ ଭ୍ରମଣ କରୁଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ମାଉସୀ ଓ ଝିଆରୀଙ୍କ ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ୫ ବର୍ଷର ପୁଅ ରକ୍ଷା ପାଇଯାଇଛି। ସୂଚନା ମୁତାବକ , ଆଜି ଭୋର ସମୟରେ ଗଞ୍ଜାମ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ ମୂଆପାଲିର ରଶ୍ମିତା ପରିଡ଼ା , ତାଙ୍କ ୫ ବର୍ଷର ପୁଅ ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳ ପ୍ରତିଦିନ ଭଳି ପ୍ରାତଃ ଭ୍ରମଣ କରୁଥିଲେ। ସେମାନେ ରାଜ୍ୟ ରାଜପଥରେ କୋଟିନଡ଼ା ଫାଣ୍ଡିଠାରୁ ଅଳ୍ପ ଦୂରରେ ଚାଲୁଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି କ୍ଷୀପ୍ର ବେଗରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ରଶ୍ମିତା ପରିଡ଼ା ଓ ଝିଆରୀ ଆଶାରାଣୀ ଖଣ୍ଡୁଆଳଙ୍କର ମୃତ୍ୟୁ ଘଟିଥିଲା। ତେବେ ୫ ବର୍ଷର ପୁଅ ରକ୍ଷା ପାଇଯାଇଥିଲା । ମୃତ ରଶ୍ମିତା ପରିଡ଼ା ୮ ମାସର ଗର୍ଭବତୀ ଥିଲେ ବୋଲି ସୂଚନା ମିଳିଛି । ଖବର ପାଇ ଆସିକା ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି । ଉକ୍ତ ଅଜଣା ଗାଡ଼ିକୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0