spot_img

ଦକ୍ଷିଣ ଚୀନ ସାଗରରେ ମୁତୟନ ହେଲା ଭାରତୀୟ ଯୁଦ୍ଧ ଜାହାଜ

ନୂଆଦିଲ୍ଲୀ: ଗଲୱାନ୍ ଉପତ୍ୟକାରେ ଚୀନ୍ ସେନା ସହ ସଂଘର୍ଷ ପରେ ଭାରତ ତା’ର ରଣନୀତି ପରିବର୍ତ୍ତନ କରିଛି । ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ୍ ସାଗରରେ ମୁତୟନ କରି ଚୀନର ଚିନ୍ତା ବଢ଼ାଇଛି । ଦକ୍ଷିଣ ଚୀନ୍ ସାଗର ଉପରେ ନିଜର ଏକଚାଟିଆ ଅଧିକାର ଦାବି କରୁଥିବା ଚୀନ୍ ଭାରତର ଏଭଳି ପଦକ୍ଷେପର ପ୍ରତିବାଦ କରିବା ସହ ତୁରନ୍ତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି । ୨୦୦୯ରୁ ଦକ୍ଷିଣ ଚୀନ ସାଗରରେ କୃତ୍ରିମ ଦ୍ୱୀପ ଏବଂ ସାମରିକ ଘାଟି ସ୍ଥାପନ କରି ଏକଚାଟିଆ ଅଧିକାରକୁ ଆମେରିକା, ଜାପାନ ଆଦି ଦେଶ ବିରୋଧ କରି ଆସୁଛନ୍ତି । କିନ୍ତୁ ଭାରତ ପ୍ରଥମ ଥର ପାଇଁ ଧ୪ିଣ ଚୀନ ସାଗରରେ ଯୁଦ୍ଧ ଜାହାଜ ମୁତୟନ କରିଥିବାରୁ ଚୀନର ଚିନ୍ତା ବଢ଼ିଛି ।
ଗଲୱାନ ସଂଘର୍ଷ ପରେ ଚୀନ ସୀମାରେ ଭାରତର ସେନା ମୁତୟନ ସ୍ଥିତି, ପାଟ୍ରୋଲିଂଏବଂ ଅତ୍ୟାଧୁନିକ ନୀରିକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥିଲା । ଆଣ୍ଡାମାନ ନିକୋବରର ମଲାକା ପ୍ରଣାଳୀ ଅଞ୍ଚଳରେ ପୂର୍ବରୁ ଚୀନ ନୌସେନା ବାରମ୍ବାର ଆକ୍ରମଣ କରିଥିବାରୁ ଭାରତର ପଦକ୍ଷେପ ଚୀନ୍ ପାଇଁ ଏକ ବଡ଼ ଝଟକା ସାବ୍ୟସ୍ତ ହୋଇଛି । ଚୀନର ଯେକୌଣସି ଦୁଃସାହସର ଜବାବ ଦେବାକୁ ଭାରତୀୟ ନୌସେନା ସକ୍ଷମ ବୋଲି ବରିଷ୍ଠ ଅଧିକାରୀମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular