ଅନୁଗୁଳ : ଏମସିଏଲ୍ ତାଳଚେର କୋଇଲା ଖଣିଗୁଡ଼ିକ ପାଲଟିଛି ମରଣଯନ୍ତା। ଶ୍ରମିକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ଏମ୍ସିଏଲ୍ ହଜାର ହଜାର କୋଟି ଲାଭ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥାରେ ସାଂଘାତିକ ଅବହେଳା କରୁଛି। ଗତ ୧୦ ବର୍ଷରେ ଏମ୍ସିଏଲ୍ ତାଳଚେରରେ ବିଭିନ୍ନ ଖଣି ୨୬ଟି ଠିକା ଶ୍ରମିକଙ୍କ ଜୀବନ ନେଲାଣି। ସୂଚନା ଅନୁସାରେ, ଗତ ୨୦୦୯ ମସିହାରୁ ୨୦୧୯ ମସିହା ମଧ୍ୟରେ ତାଳଚେରରେ ଥିବା ଏମସିଏଲ୍ର ବିଭିନ୍ନ ଖଣିଗୁଡ଼ିକରେ ୨୩ଟି ଦୁର୍ଘଟଣା ଘଟିଥିବାବେଳେ ଏଥିରେ ୨୬ କର୍ମଚାରୀଙ୍କ ପ୍ରାଣହାନି ଘଟିଛି ତେବେ ଏମ୍ସିଏଲ୍ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥା ପ୍ରତି ଦୃଷ୍ଟି ନଦେଇ ଶ୍ରମିକମାନଙ୍କ ଜୀବନ ସହିତ ଖେଳ ଖେଳୁଥିବା ଅଭିଯୋଗ କରିଛନ୍ତି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0