ଭୁବନେଶ୍ବର : ରାଜ୍ୟରେ କୋଭିଡ୍ ଚିକିତ୍ସାରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ରୋଗୀଙ୍କୁ ଠିକ୍ ଭାବେ ଚିକିତ୍ସା ନ ମିଳିବାଠାରୁ ଆରମ୍ଭ କରି ଘରୋଇ ହସ୍ପିଟାଲରେ ଆଇସିୟୁରେ ରୋଗୀଙ୍କୁ ଦିନ ଦିନ ଧରି ପକାଇ ରଖିବା ଭଳି ଘଟଣା ଘଟୁଛି। ତେଣୁ ଏସବୁର କିଭଳି ସମାଧାନ ହୋଇପାରିବ ସେଥିପାଇଁ ଏସସିବିର ଏକ ବୈଷୟିକ ଟିମ୍ ନିୟମିତ ଭାବେ ଏସବୁ ହସ୍ପିଟାଲକୁ ପରିଦର୍ଶନ କରିବା ଲାଗି ନିର୍ଦେଶ ଦିଆଯାଇଛି। ଏଥିପାଇଁ ୮ଟି ଟିମ୍ ଗଠନ ହୋଇସାରିଛି। କେଉଁ ଟିମ୍ କେଉଁ ଜିଲ୍ଲାକୁ ଗସ୍ତ କରିବ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଛି। ରାଜ୍ୟରେ ଏବେ ଏକାଧିକ ଘରୋଇ ହସ୍ପିଟାଲ କୋଭିଡ୍ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ଆଇସିୟୁ ସଂପୂର୍ଣ୍ଣ ଭର୍ତି ହୋଇଯାଇଥିବା ନଜରକୁ ଆସିଛି। ତେବେ ଏସବୁ ହସ୍ପିଟାଲରେ ରୋଗୀଙ୍କୁ ଠିକ୍ ଭାବେ ଧ୍ୟାନ ଦିଆ ନ ଯିବାଠାରୁ ଆରମ୍ଭ କରି ସଫାସୁତରା ଓ ପରିମଳ ବ୍ୟବସ୍ଥା ଠିକ୍ ନ ଥିବା, ଉପଯୁକ୍ତ କାଉନସେଲିଂ ନ ଦିଆଯିବା ଭଳି ଅଭିଯୋଗ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏସବୁର ସମାଧାନ ପାଇଁ ବୈଷୟିକ ଟିମ୍ ହସ୍ପିଟାଲ ପରିଦର୍ଶନ କରିବା ସହିତ ଆବଶ୍ୟକ ନିର୍ଦେଶ ଦେବା ଲାଗି କୁହାଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0