ଭୁବନେଶ୍ୱର: ଭାରତ ବାୟୋଟେକ୍ ଓ କାଉନସିଲ ଫର ମେଡିକାଲ ରିସର୍ଚ (ଆଇସିଏମ୍ଆର)ର ମିଳିତ ସହଯୋଗରେ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ହେଉଥିବା କୋଭିକ୍ସିନ୍ ଟିକାର ଖୁବଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସ୍ବେଚ୍ଛାସେବୀଙ୍କ ଶରୀରରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇ ନ ଥିବା ଆଇଏମ୍ଏସ୍ ସମ୍ ହସ୍ପିଟାଲ ପକ୍ଷରୁ କୁହାଯାଇଛି। ହସ୍ପିଟାଲରେ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ପାଇଁ ପ୍ରସ୍ତୁତି ଜାରି ରହିଥିବା ପରୀକ୍ଷଣର ମୁଖ୍ୟ ପରୀକ୍ଷକ ଡା. ଇ.ଭେଙ୍କଟ ରାଓ କହିଛନ୍ତି। ଡା.ରାଓଙ୍କ ସୂଚନା ମୁତାବକ, ପ୍ରଥମ ପର୍ୟ୍ୟାୟ ଟିକା ନେଇଥିବା ସ୍ବେଚ୍ଛାସେବୀଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି କି ନାହିଁ ତାହା ଜାଣିବା ଲାଗି ରକ୍ତ ନମୁନା ସଂଗ୍ରହ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେଲେ କରୋନା ବିରୋଧୀ ଲଢ଼େଇରେ ଏହା ପ୍ରମୁଖ ଅସ୍ତ୍ର ସାଜିବ ବୋଲି ଆଶା କରାଯାଉଛି।



Visitors Today : 3
Total Visitors : 130429
Total Views : 9891960
Visitors Online Now : 0