ନୂଆଦିଲ୍ଲୀ: ଦୁର୍ନୀତିଗ୍ରସ୍ତ ଓ ଅପାରଗ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର । ମୁଖ୍ୟତଃ ୩୦ ବର୍ଷ ଚାକିରି ପୂରଣ କରିଥିବା କିମ୍ବା ୫୦ ରୁ ୫୫ ବର୍ଷ ବୟସର କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରିବା ପରେ ସରକାର ସେମାନଙ୍କୁ ଅବସର ନେବାକୁ କହିବେ ବୋଲି ଜଣାପଡିଛି । ସବୁ ବିଭାଗକୁ କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିଦେ୍ର୍ଦଶନାମା ଜାରି ହୋଇଛି । ପ୍ରତି ତିନିମାସରେ ମନ୍ତ୍ରାଳୟ ତଥା ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏସବୁର ସମୀକ୍ଷା କରିବେ । ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
କେନ୍ଦ୍ରୀୟ ନାଗରିକ ସେବା ନିୟମ ୧୯୬୫ ଅଧୀନରେ କର୍ମଚାରୀମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥାଏ । ମାତ୍ର ମୌଳିକ ନିୟମ ୫୬ (ଜେ) ଏବଂ ୫୬ (ଆଇ) ଏବଂ କେନ୍ଦ୍ରୀୟ ନାଗରିକ ସେବା (ପେନସନ) ନିୟମ ୧୯୭୨ ଅନୁଯାୟୀ କର୍ମଚାରୀମାନଙ୍କର ପ୍ରଦର୍ଶନ ସମୀକ୍ଷା କରାଯିବ । ଏହି ନିୟମରେ କର୍ମଚାରୀମାନଙ୍କୁ ଅବସର ଦେବା ଲାଗି ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି । ତେବେ ଏହା ବାଧ୍ୟତାମୂଳକ ଅବସରଠାରୁ ମଧ୍ୟ ଭିନ୍ନ ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0