ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୫୭,୮୭୭ଟି କରୋନା ନମୁନା ପରୀକ୍ଷା କରାଯାଇଥିବାର ସୂଚନା ମିଳିଛି । ଏହି ନମୁନା ପରୀକ୍ଷା ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ପଦ୍ଧତିରେ କରାଯାଇଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ୫୧,୭୦୭ଟି ଆଣ୍ଟିଜେନ, ୫୯୯୪ଟି ଆରଟିପିସିଆର ଓ ୧୭୬ଟି ଟ୍ରୁନଟ ନମୁନା ପରୀକ୍ଷା ହୋଇଛି।
ସୂଚନାଅନୁଯାୟୀ, ଗତ ୨୪ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୧ହଜାର ୬୦୭ କେନ୍ଦୁଝର ଜିଲ୍ଲାରେ ଦ୍ବିତୀୟ ସର୍ବାଧିକ ୧୦,୧୪୪ ଓ ମୟୂରଭଞ୍ଜ ଜିଲ୍ଲାରେ ତୃତୀୟ ସର୍ବାଧିକ ୭,୫୪୫ଟି କରୋନା ନମୁନା ପରୀକ୍ଷା କରାଯାଇଛି। ପୂର୍ବ ଅପେକ୍ଷା ଏବେ କରୋନା ପରୀକ୍ଷା ହାରକୁ ଦିଆଯାଇଛି । କରୋନାକୁ ଚିହ୍ନଟ, ତାହାର ତୁରନ୍ତ ଚିକିତ୍ସା ପାଇଁ ପରୀକ୍ଷାହାରକୁ ବଢ଼ାଇଛନ୍ତି ଓଡ଼ିଶା ସରକାର । ଗତ କିଛି ଦିନ ହେବ ରାଜ୍ୟ ସରକାର ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା କରିବା ଲାଗି ବ୍ୟବସ୍ଥା କରାଯାଇଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0