spot_img

ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା !

ଆଗ୍ରା: ସୋମବାର ସକାଳେ ଆଗ୍ରାର କିଶାନଲାଲ୍ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଘର ଭିତରୁ ଗୋଟିଏ ପରିବାରର ତିନିଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ କିଏ ଓ କାହିଁକି ସେମାନଙ୍କୁ ହତ୍ୟା କରିଛି ନା ଅନ୍ୟ କାରଣରୁ ମୃତ୍ୟୁ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୁଚନାମୁତାବକ ସ୍ଥାନୀୟଲୋକେ ଘର ଭିତରେ ତିନିଜଣଙ୍କ ମୃତଦେହ ଦେଖି ସ୍ଥାନୀୟ ପୋଲିସ୍ ଥାନାକୁ ଖବର ଦେଇଥିଲେ । ପୋଲିସ୍ ପହଞ୍ଚି ତିନିଜଣଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର କରିଛି । ଗୋଟିଏ ପରିବାରର ତିନିଜଣଙ୍କୁ ହତ୍ୟା କରାଯିବା ଘଟଣା ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତକଙ୍କ ନାମ ରଘୁବୀର, ପତ୍ନୀ ମୀରା ଓ ୨୨ ବର୍ଷୀୟ ପୁଅ ବବଲୁ ହୋଇଥିବା ଜଣାପଡିଛି । ବବଲୁ ଓ ମୀରାଙ୍କ ହାତ ବନ୍ଧାଯାଇଥିବା ବେଳେ ରଘୁବୀରଙ୍କ ବେକରେ ରଶି ଲାଗିଥିଲା । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ୍ ପହଁଞ୍ଚି ତଦନ୍ତ ଜାରି ରଖିଛି । ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular