ଭାର୍ଗବୀନଦୀରୁ ଅଚ୍ୟୁତପୁର କାଜ ଓ କୁଶଭଦ୍ରା ନଦୀରୁ ପାଣି ଆସିବା ପରେ ବାଲିପାଟଣା ଅଂଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବାଲିପାଟଣା ବ୍ଲକର ୫ ପଞ୍ଚାୟତ ପ୍ରଭାବିତ ହୋଇଛି । ବନ୍ୟାପାଣି ମାଡିଯିବାରୁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ବନ୍ୟା ଅଂଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଦେଇଛି । ରାଜସ, ପାମ୍ପଲୋ, ଆଳିସି, କୁରୁଞ୍ଜିପୁର ପଂଚାୟତର ଶହ ଶହ ଲୋକ ଜଳଘେରରେ ଅଛନ୍ତି । ୩୦ରୁ ଅଧିକ ଗାଁ ପାଣିଘେରରେ ରହିଥିବା ବେଳେ ଚାଷଜମିରେ ପାଣି ମାଡିଯାଇଛି । କୃଷ୍ଣପୁର ପୋଲ ପ୍ରଖର ସ୍ରୋତ ବୋହୁଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0