ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତ ୨ ନାମ ଲେଖା ତାରିଖ । ଚଳିତ ମାସ ୪ତାରିଖ ପର୍ଯ୍ୟନ୍ତ ଥିଲା ଆବେଦନ ଶେଷ ତାରିଖ । ବନ୍ୟା ପରିସ୍ଥିତିକୁ ଆଖିରେ ରଖି ଗଣଶିକ୍ଷା ବିଭାଗର ଏପରି ନିଷ୍ପତି । ସେପ୍ଟମ୍ବର ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨କଳା ପରୀକ୍ଷା ଫଳ ।
କେନ୍ଦ୍ର ସରକାରଙ୍କ ସେପ୍ଟମ୍ବର ୨୧ ତାରିଖରେ ସ୍କୁଲ ଖୋଲିବାକୁ ନିଷ୍ପତିକୁ ପାଳନ କରିବ ନାହିଁ ରାଜ୍ୟ ଗଣଶିକ୍ଷା ବିଭାଗ । ପୂଜା ଛୁଟି ପରେ ସ୍କୁଲ ଖୋଲିବା ନିଷ୍ପତିରେ ଅଟଳ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଆଗରୁ ପୂଜା ଛୁଟି ଘୋଷଣା କରିଛନ୍ତି । ପରେ ଯଦି କିଛି ନିଷ୍ପତି ନିଅନ୍ତି । ତେବେ ତାହା ତାଙ୍କ ଉପରେ ନିର୍ଭର କରେ। ସେପ୍ଟେମ୍ବର ୨୧ ତାରିଖରୁ ନବମ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ ଆସି ନିଜର ପାଠ୍ୟ ଜନିତ ଥିବା ଡାଉଟ କ୍ଲିଅର କରିବା ପାଇଁ ସ୍କୁଲ ଖୋଲିବା ସହ ୫୦ ପ୍ରତିଶତ ଶିକ୍ଷକ ଉପସ୍ଥିତ ରହିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ ।



Visitors Today : 0
Total Visitors : 130175
Total Views : 9891622
Visitors Online Now : 0