ଭୁବନେଶ୍ୱର: ୟୁଜିପିଜି ମାର୍ଗଦର୍ଶିକା ଅନୁସାରେ ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଣ୍ଡର ଗ୍ରାଜୁଏଟ ଶେଷ ବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ପୋଷ୍ଟ ଗ୍ରାଜୁଏଟ ଶେଷବର୍ଷ ସେମିଷ୍ଟାର ଫାଇନାଲ ପରୀକ୍ଷା ସେପ୍ଟମ୍ବର ୩୦ ତାରିଖ ମଧ୍ୟରେ ଅନୁଷ୍ଟିତ ହେବ ଏବଂ ଅକ୍ଟୋବର ୩୧ ତାରିଖ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ କରାଯିବ ।
ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ଅଫଲାଇନ୍, ଅନଲାଇନ୍, ବ୍ଲେଣ୍ଡେଡ୍ (ଅନଲାଇନ୍ + ଅଫଲାଇନ୍) ମଲ୍ଟିପୁଲ୍ ଚଏସ୍ , ଓପନ୍ ବୁକ୍ ଏବଂ ଓଏମ୍ଆର୍ ଆଦି ଯେକୌଣସି ଅନୁମୋଦିତ ପଦ୍ଧତିରେ କରାଯାଇପାରିବ । ସଂପୃକ୍ତ ବିଶ୍ୱ ବିଦ୍ୟାଳୟ ଓ ସ୍ୱଂୟ ଶାସିତ ମହାବିଦ୍ୟାଳୟମାନେ ଉପଯୁକ୍ତ ପରୀକ୍ଷା ପଦ୍ଧତି ବିଷୟରେ ନିଷ୍ପତ୍ତି ନେବେ । ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସ୍ୱଂୟଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମାନଙ୍କର ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ଯେଉଁ ଛାତ୍ରଛାତ୍ରୀମାନେ ଫାଇନାଲ ପରୀକ୍ଷା ଦେବାକୁ ଚାହିଁବେ ନାହିଁ କିମ୍ବା ଦେଇପାରିବେ ନାହିଁ , ସେମାନଙ୍କ ନିମନ୍ତେ କୋଭିଡ୍-୧୯ ପରିସ୍ଥିତି ସୁଧୁରିଲେ ବିଶ୍ୱବିଦ୍ୟାଳୟ/ ସଂୟଶାସିତ ମହାବିଦ୍ୟାଳୟ ପକ୍ଷରୁ ସ୍ୱତନ୍ତ୍ର ପରୀକ୍ଷା ପେନ୍ ଏବଂ ପେପର ମୋଡରେ ଡିସେମ୍ବର, ୨୦୨୦ରେ କରିବାପାଇଁ ବ୍ୟବସ୍ଥା କରାଯିବ । ଏଥିସହିତ ଫାଇନାଲ୍ ସେମିଷ୍ଟାର ବା ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କ ବ୍ୟାକ୍ ପେପର ପରୀକ୍ଷା କରାଯାଇ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଫଳ ପ୍ରକାଶ କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।



Visitors Today : 0
Total Visitors : 130429
Total Views : 9891960
Visitors Online Now : 0