ଭୁବନେଶ୍ୱର : ସୋମବାର ରାଜ୍ୟରେ ରେକର୍ଡ ସଂଖ୍ୟକ ୪୦୫୩ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ଆମ ରାଜ୍ୟରେ ୭୭୨୮୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରାୟଗଡାରୁ ସର୍ବାଧିକ ୬୦୮ ଜଣ ଥିବା ବେଳେ କଟକରୁ ୪୬୮, ଖୋର୍ଧାରୁ ୩୭୦, ଯାଜପୁରରୁ ୩୩୯, ଗଞ୍ଜାମରୁ ୨୩୩, ସୁନ୍ଦରଗଡରୁ ୨୧୭, କୋରାପୁଟରୁ ୧୭୫, ଭଦ୍ରକରୁ ୧୭୨, କଳାହାଣ୍ଡିରୁ ୧୬୫, ପୁରୀରୁ ୧୪୪, ନୟାଗଡରୁ ୧୪୧, ମୟୂରଭଞ୍ଜରୁ ୧୨୮, ମାଲକାନଗିରିରୁ ୧୨୦, ବରଗଡରୁ ୧୦୦, ସମ୍ବଲପୁରରୁ ୯୨, ବାଲେଶ୍ୱରରୁ ୮୩, କନ୍ଧମାଳ ୭୯, ଢେଙ୍କାନାଳରୁ ୬୬, ବଲାଙ୍ଗୀରରୁ ୬୨, ନବରଙ୍ଗପୁରରୁ ୫୨, କେନ୍ଦ୍ରାପଡାରୁ ୫୦ ଜଣ ରହିଛନ୍ତି ।ସେହିପରି ଗଜପତିରୁ ୪୮, ଜଗତସିଂହପୁରରୁ ୩୫, ଝାରସୁଗୁଡାରୁ ୩୫, କେଉଁଝରରୁ ୨୯, ଦେବଗଡରୁ ୧୩, ସୋନପୁରରୁ ୧୩, ନୂଆପଡାରୁ ୯, ବୌଦ୍ଧରୁ ୬ ଓ ଅନୁଗୋଳରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0