ଗୋରଖପୁରର ଡାକ୍ତର କଫିଲ ଖାନଙ୍କ ଉପରୁ ଏନଏସଏ ଉଠାଇବା ପାଇଁ ହାଇକୋର୍ଟ ଆଦେଶ ଦେଇଛନ୍ତି । ଆଲାହାବାଦ ହାଇକୋର୍ଟ ଏନଏସଏ ହଟାଇବା ସହ ଡାକ୍ତର କଫିଲ ଖାନଙ୍କୁ ତୁରନ୍ତ ଖଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର କପିଲଙ୍କ ଉପରେ ଏନଏସଏ ଲାଗୁ କରିବାକୁ ଚ୍ୟାଲେଞ୍ଜ ଦିଆଯାଇଥିଲା । ତାଙ୍କ ମାଆ ନୁଜହତ ପରବିନଙ୍କ ତରଫରୁ ବନ୍ଦୀ ପ୍ରତ୍ୟକ୍ଷୀକରଣ ଦାୟର କରାଯାଇଥିଲା । ସୂଚନାନୁସାରେ ଡାକ୍ତର କଫିଲଙ୍କ ଉପରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଏନଆରସିକୁ ନେଇ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଅଲିଗଡ଼ର ଡିଏମ ଘୃଣା ବିସ୍ତାର କରିବା ଅଭିଯୋଗରେ ତାଙ୍କ ଉପରେ ଏନଏସଏ ଲଗାଯାଇଥିଲା । ପୂର୍ବରୁ ସେ ମଥୁରା ଜେଲରେ ଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0