କଟକ: କଟକ ମହାନଗରର ନିଗମ ବା ସିଏମ୍ସି କାର୍ୟ୍ୟାଳୟକୁ ୧୫ ଦିନ ପାଇଁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । ସିଏମ୍ସି କଣ୍ଟ୍ରୋଲ ରୁମର ଜଣେ ଡାକ୍ତର ପଜିଟିଭ ଚିହ୍ନଟ ହେବା ପରେ ସିଏମ୍ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ସମୟରେ ସିଏମ୍ସିର ଅତ୍ୟାବଶକୀୟ ସେବା ଜାରି ରହିବ କିନ୍ତୁ ଅନ୍ୟ ବିଭାଗକୁ ବନ୍ଦ ରଖିବାକୁ ସିଏମ୍ସି କମିଶନର ନିଷ୍ପତ୍ତି ନେଇଛନ୍ତି ।
ସେପଟେ କଟକ ଡିସିପିଙ୍କ କାର୍ଯ୍ୟାଳୟରୁ ବରିଷ୍ଠ ଅଧିକାରୀଙ୍କ ସମେତ ଏକାଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଡିସିପିଙ୍କ କାର୍ଯ୍ୟାଳୟ ୭୨ଘଣ୍ଟା ଅର୍ଥାତ୍ ୩ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏହି ସମୟରେ ଅତ୍ୟାବଶକୀୟ ସେବା କାର୍ଯ୍ୟା ଜାରି ରହିବ । କିନ୍ତୁ ସାଧାରଣ ଲୋକଙ୍କ ପାଇଁ ୭ ଦିନ ପାଇଁ ଡିସିପି ବାରଣ କରିଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0