spot_img

ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କରୋନା ପଜିଟିଭ ଚିହ୍ନଟ

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧିପାଇ ୪୦ ଲକ୍ଷରେ ପହଂଚିଥିବା ବେଳେ ଏହା ମଧ୍ୟରେ ଅନେକ ଭିଭିଆଇପି ମଧ୍ୟ ରହିଛନ୍ତି । ବର୍ତ୍ତମାନ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେ ଏବେ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି । ଏଥିସହିତ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟୁଇଟ କରି ଏହା କହିଛନ୍ତି ଯେ, ‘ସମସ୍ତଙ୍କୁ ଜଣେଇ ଦେବାକୁ ଚାହୁଁଛି କି ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି ଏବଂ ମୁଁ ଏବେ ହୋମ କ୍ୱାରେଣ୍ଟାଇନରେ ଅଛି । ଘରେ ରହି ମୁଁ ମୋର କାର୍ଯ୍ୟ ଜାରି ରଖିବି । ଏଥିସହିତ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ହୋମ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଉଛି ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular