spot_img

ତିନି ଦିନିଆ ରୁଷ ଗସ୍ତରେ ଗଲେ ରାଜନାଥ ସିଂହ

ଭାରତ ଓ ଚୀନ ସୀମା ବିବାଦ ଚାଲିଥିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନିଦିନିଆ ରୁଷ ଗସ୍ତରେ ଯାଇଛନ୍ତି । ଏହି ଯାତ୍ରାରେ ସେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ର ରକ୍ଷା ମନ୍ତ୍ରୀଙ୍କ ସହ ବୈଠକରେ ଭାଗନେବେ । ରାଜନାଥ ସିଂହ ଟ୍ୱିଟ କରି ନିଜର ଯାତ୍ରା ବିଷୟରେ ସୁଚନା ଦେଇଛନ୍ତି । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବିଜୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାଂଘାଇ ସହଯୋଗ ସଂଗଠନ (ଏସସିଓ), ସାମୂହିକ ସୁରକ୍ଷା ସନ୍ଧି ସଂଗଠନ (ସିଏସଟିଓ) ଓ ସିଆଇଏସ ସଦସ୍ୟ ରକ୍ଷା ମନ୍ତ୍ରୀମାନଙ୍କ ସଂଯୁକ୍ତ ବୈଠକରେ ସେ ଭାଗ ନେବେ । ଏହି ଅବସରରେ ଦ୍ୱିପ।କ୍ଷୀୟ ସହଯୋଗ ଓ ହିତ ଉପରେ ପର୍ଯ୍ୟବେସିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular