ଭୁବନେଶ୍ୱର: ୟୁଜି ଓ ପିଜି ଫାଇନାଲ୍ ସେମିଷ୍ଟର ପରୀକ୍ଷା ସମାପନ ସମୟ ସୀମାକୁ ବୃଦ୍ଧି କରିବାକୁ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ (ୟୁଜିସି)କୁ ଉଚ୍ଚ ଶିକ୍ଷା ବିଭାଗ ଚିଠି ଲେଖିଛି। ଏହି ସବୁ ପରୀକ୍ଷା ଶେଷ ଲାଗି ସମୟସୀମା ଅକ୍ଟୋବର ୧୦କୁ ବୃଦ୍ଧି ରାଜ୍ୟ ସରକାର ୟୁଜିସିକୁ ଅନୁରୋଧ କରିଛନ୍ତି। ପରୀକ୍ଷା ମଝିରେ ଅତି କମ୍ରେ ଦିନକର ବ୍ୟବଧାନ ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ପରୀକ୍ଷା କେନ୍ଦ୍ରଗୁଡିକୁ ସଠିକ୍ ଭାବେ ପରିଷ୍କାର ପରିଚ୍ଛନ୍ନ କରି ରଖାଯାଇ ପାରିବ ଏବଂ ଉପଯୁକ୍ତ ଭାବେ ସାନିଟାଇଜ୍ ହୋଇପାରିବ। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୩୦ ମଧ୍ୟରେ ଏହିସବୁ ପରୀକ୍ଷା ଶେଷ କରିବାକୁ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
ଫାଇନାଲ ପରୀକ୍ଷା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୧୦ ତାରିଖ ମଧ୍ୟରେ ହେବ। ସେହିପରି ପରୀକ୍ଷା ଫଳ ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ବୋଲି କୁହାଯାଉଛି। ତେବେ କୋଭିଡ ସ୍ଥିତି ଓ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଅଧିକ ସମୟ ଦେବାକୁ ଚିଠିରେ ଉଲ୍ଲେଖ ରହିଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0