spot_img

ହସ୍ପିଟାଲରେ ଭର୍ତ୍ତି ହେଲେ ଆନ୍ନା ହଜାରେ

ବିଶିଷ୍ଟ ସାମାଜିକ କର୍ମୀ ଆନ୍ନା ହଜାରେ ଆଜି ହଠାତ୍‌ ପୁଣେ ସ୍ଥିତି ଗୋଟିଏ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ରୁବି ହଲ କ୍ଲିନକରେ ଭର୍ତ୍ତି କରାଯାଇଛି। ଏବେ ୮୪ ବର୍ଷୀୟ ଆନ୍ନାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଘରେ ଥିବା ବେଳେ ହିଁ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିଭିନ୍ନ ସାମାଜିକ ପ୍ରସଙ୍ଗରେ ଅନେକ ସମୟରେ ଅନଶନ କରୁଥିବା ଆନ୍ନା ୨୦୧୯ରେ ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୁର୍ନୀତି ବିରୋଧୀ ଶାଖାର ପ୍ରତିଷ୍ଠା ପାଇଁ ସେ ୨୦୧୯ରେ ୭ ଦିନ ଅନଶନ କରିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏଥିପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା। ବ୍ରେନକୁ ରକ୍ତ ଯୋଗାଣ ହ୍ରାସ ପାଇଥିବାରୁ ସେ ଦୁର୍ବଳ ହୋଇଯାଇଥିବା ଡାକ୍ତର କହିଥିଲେ। ରୁବି ହଲ କ୍ଲିନିକର ମେଡିକାଲ ସୁପରିନଟେଣ୍ଡେଣ୍ଟ ଡା ଅଭଦୂତ ବୋଡାମୱାଡ କହିଛନ୍ତି, ଛାତିରେ ଯନ୍ତ୍ରଣା ଯୋଗୁ ଆନ୍ନା ହଜାରେ ଏଠାକୁ ଆସିଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ସେ କହିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular