spot_img

ଜେଲ୍‌ରୁ ମୁକୁଳିଲେ ଆର୍‌ୟନ୍‌ ଖାନ୍‌

ଜାମିନ ପ୍ରକ୍ରିୟା ଶେଷ ହେବା ପରେ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଆର୍‌ୟନ୍‌ ଖାନ୍‌ଙ୍କ ଆର୍ଥର୍‌ ରୋଡ୍‌ ଜେଲ୍‌ରୁ ମୁକୁଳିଛନ୍ତି। ଏହା ପୂର୍ବରୁ ଶାହାରୁଖ୍‌ ଖାନ୍‌ଙ୍କ ଅଙ୍ଗରକ୍ଷୀ ରବି ମଧ୍ୟ ଆର୍ଥର୍‌ ରୋଡ୍‌ ଜେଲ୍‌ରେ ପହଞ୍ଚିଥିଲେ। ଗୁରୁବାର ଦିନ ବମ୍ବେ ହାଇକୋର୍ଟ ୧୪ଟି ସର୍ତ୍ତ ରଖି ଆର୍‌ୟନ୍‌ଙ୍କୁ ଜାମିନ ମଞ୍ଜୁର କରିଥିଲେ। ‘ଡ୍ରଗ୍‌ସ୍‌-ଅନ୍‌-କ୍ରୁଜ୍‌’ ମାମଲାରେ ପ୍ରାୟ ୩ ସପ୍ତାହ ଜେଲ୍‌ରେ ରହିବା ପରେ ଆଜି ଆର୍‌ୟନ୍‌ଙ୍କୁ ମୁକ୍ତ କରାଯାଇଛି। ଜେଲ୍‌ ବାହାରେ ଶାହାରୁଖ୍‌ ଖାନ୍‌ଙ୍କର କାର୍‌ ଠିଆ ହୋଇଥିବା ଦେଖାଯାଉଛି। ତାଙ୍କୁ ଟିକେ ଦେଖିବା ପାଇଁ ଆର୍ଥର୍‌ ରୋଡ୍‌ କେନ୍ଦ୍ରୀୟ କାରାଗାର ବାହାରେ ଜନଗହଳି ହୋଇଥିବାରୁ ଅପ୍ରୀତିକର ଘଟଣା ଏଡ଼ାଇବା ପାଇଁ ପୁଲିସ ନିରାପତ୍ତା ବ୍ୟବସ୍ଥା କଠୋର କରିଛି। ସେପଟେ, ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇବା ଲାଗି ଶାହରୁଖ ଖାନ୍‌ଙ୍କ ବାସଭବନ ‘ମନ୍ନତ୍‌’କୁ ସୁନ୍ଦର ଭାବେ ଆଲୋକମାଳାରେ ସଜାଯାଇଛି। ଆର୍‌ୟନ୍‌ଙ୍କୁ ମୁକ୍ତ କରାଯିବା ପୂର୍ବରୁ ଆଜି ମୁମ୍ବାଇ ପୁଲିସ ଆର୍ଥର୍‌ ରୋଡ୍‌ ଜେଲ୍‌ ବାହାରେ ବ୍ୟାରିକେଡ୍‌ ବସାଇଛି। ଆର୍ଥର୍‌ ରୋଡ୍‌ ଜେଲ୍‌କୁ ପଡ଼ିଥିବା ରାସ୍ତାରେ ବ୍ୟାପକ ଯାନବାହନ ଗହଳି ହୋଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular