spot_img

ଟ୍ରୋଲ ହେଲେ ବେବୋ

ମୁମ୍ୱାଇ : କରୀନା କପୁର ଏବଂ ତାଙ୍କ ସାଙ୍ଗମାନେ ପ୍ରାୟତଃ ଲାଇମଲାଇଟରେ ରହିଥାନ୍ତି । ଖାସ୍ କରି ପାର୍ଟ କଥା ଆସିଲେ ହେଡଲାଇଲନରେ ଥାନ୍ତି ବେବୋ । ଏବେ ସୋସିଆଲ ମିଡିଆରେ ତାଙ୍କର ଆଉ ଏକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସେ ପାର୍ଟି ସାରି ମନୀଷ ମଲହୋତ୍ରାଙ୍କ ଘରୁ ଫେରୁଛନ୍ତି । ତାଙ୍କ ପରେ ମଲାଇକା ଆରୋରା ଏବଂ ତାଙ୍କ ଭଉଣୀ ଅମୃତା ମଧ୍ୟ ଅଛନ୍ତି ।ତେବେ କରୀନାଙ୍କ ଶରୀରର ଅଙ୍ଗଭଙ୍ଗୀ ଦେଖି ଅନେକ ଲୋକ କମେଣ୍ଟ ଦେଇଛନ୍ତି ଯେ, ସେ ଅଧିକ ପିଇଛନ୍ତି ଯେଉଂଥିପାଇଁ ଠିକରେ ଚାଲିପାରୁନାହଁନ୍ତି । ୨୬ ଜାନୁଆରୀରେ ମନୀଷଙ୍କ ଘରେ ଏକ ପାର୍ଟି ହୋଇଥିଲା । ଏଥିରେ କରଣ ଜୋହର ମଧ୍ୟ ଭାଗ ନେଇଥିଲେ । ପାର୍ଟିର ଫଟୋ ମଧ୍ୟ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିଲା । ସେଠାରୁ ଫେରୁଥିବାବେଳେ କରୀନା, ଅମୃତା ଏବଂ ମଲାଇକା ପାପାରାଜି ଦ୍ୱାରା କାବୁ ହୋଇଥିଲେ । ଭିଡିଓ ଭାଇରାଲ ହେବା ମାତ୍ରେ କରୀନା ଟ୍ରୋଲ ହୋଇଥିଲେ । ମନୀଷ ମଲହୋତ୍ରା ଜଣେ ଭଲ ହୋଷ୍ଟ । ତାଙ୍କ ଘରେ ପ୍ରାୟତଃ ପାର୍ଟି ଅନୁଷ୍ଠିତ ହୋଇଥାଏ । କାଲି ମଧ୍ୟ ସେ ତାଙ୍କର ବିଶେଷ ବନ୍ଧୁଙ୍କୁ ଡାକି ପାର୍ଟି ଦେଇଥିଲେ । ହେଲେ ଏହି ପାର୍ଟୀରୁ ଫେରୁଥିବାବେଳେ ଅଭିନେତ୍ରୀଙ୍କ ଚିତ୍ର ଭାଇରାଲ ହେବା ପରେ କରୀନାଙ୍କୁ ଟ୍ରୋଲ କରାଯାଇଥିଲା ।ଜଣେ ଫ୍ୟାନ୍ସ ଲେଖିଛନ୍ତି , ସେ ପିଇଛନ୍ତି କି ? ଅନ୍ୟ ଜଣେ ଲେଖିଛନ୍ତି, କରୀନା ଟିକେ ଅଧିକ ଟଲ୍ଲି ଲାଗୁଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ସେ ବହୁତ ମଦ୍ୟପାନ କରିଛନ୍ତି । ଅନ୍ୟ ଜଣେ ଲେଖିଛନ୍ତି, ମଦ୍ୟପ ମା । ଆଉ ଜଣେ ଲେଖିଛନ୍ତି ଆଶା କରୁଛି ଯେ ତିନିଜଣ କୋଭିଡ ମୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular