spot_img

ହେଙ୍ଗୁ ପାଣି ପିଇବାର ଫାଇଦା

ଖାଦ୍ୟରେ ସ୍ୱାଦ ଓ ସୁଗନ୍ଧ ପାଇଁ ହେଙ୍ଗୁ ବ୍ୟବହାର କରାଯାଇଥାଏ । ଏହା ପେଟ ପାଇଁ ମଧ୍ୟ ବହୁତ ଉପକାରୀ । ସ୍ୱାସ୍ଥ୍ୟ ପାଇଁ ହେଙ୍ଗୁ ବହୁତ ଉପକାରୀ । ହେଙ୍ଗୁରେ ଆଣ୍ଟି ଇମ୍ଫେ୍ଲମେଣ୍ଟାରୀ, ଆଣ୍ଟି ଭାଇରାଲ ଓ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ମହଜୁଦ ଥାଏ । ଏଥିପାଇଁ ଏହା ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହେବା ସହ ଖାଦ୍ୟର ସ୍ୱାଦ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ଆମର ପାଚନ ଶକ୍ତି ମଧ୍ୟ ବଢ଼ାଇଥାଏ । ହେଙ୍ଗୁ ପାଣି ପିଇବା ଦ୍ୱାରା ଋତୁସ୍ରାବଜନିତ ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।

hing1

ହେଙ୍ଗୁପାଣି ଓଜନ ହ୍ରାସରେ ସହାୟକ ହୋଇଥାଏ । ଏହା ଶରୀରର ଅତିରକ୍ତ ଫ୍ୟାଟ୍ ହ୍ରାସ କରି ଓଜନ ହ୍ରାସ କରିଥାଏ । ହେଙ୍ଗୁ ଶରୀରରେ ଖରାପ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିଥାଏ । ହେଙ୍ଗୁ ପାଣି ପେଟର ପିଏଚ ସ୍ତରକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଯଦି ଆପଣଙ୍କୁ ଭୋକ ଲାଗୁନାହିଁ, ତେବେ ଖାଇବା ପୂର୍ବରୁ ହେଙ୍ଗୁକୁ ଘିଅରେ ଭାଜି ଅଦା ଓ ଲହୁଣୀ ସହ ଖାଇଲେ ଫାଇଦା ମିଳିଥାଏ । ତ୍ୱଚାରେ କାଚ ଓ କଣ୍ଟା ପଶିଥିଲେ ଏହାକୁ ବାହାର କରିବା କଷ୍ଟକର ହୋଇଥାଏ । ସେହି ସ୍ଥାନରେ ହେଙ୍ଗୁ ପାଣିର ଲେପ ଦେବା ଦ୍ୱାରା କଣ୍ଟା ସହଜରେ ବାହାରି ଆସିଥାଏ । ଯଦି କାନରେ କଷ୍ଟ ହେଉଥାଏ, ତେବେ ରାଶିତେଲରେ ହେଙ୍ଗୁ ଗରମ କରି ସେହି ତେଲକୁ ୧-୨ ବୁନ୍ଦା କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣା ଠିକ୍ ହୋଇଥାଏ । ହେଙ୍ଗୁ ପାଣି ଦ୍ୱାରା ଡାଇବେଟିସ୍କୁ ନିୟନ୍ତ୍ରଣ କରିହେବ । ପ୍ରତିଦିନ ଏକ ଚାମଚ ହେଙ୍ଗୁ ଗରମ ପାଣିରେ ପକାଇ ପିଇବା ଦ୍ୱାରା ଶର୍କରା ସ୍ତର ନିୟନ୍ତ୍ରିତ ହୋଇଥାଏ । ଦାନ୍ତରେ ହେଉଥିବା କ୍ୟାଭିଟିଜ ପାଇଁ ହେଙ୍ଗୁ ରାମବାଣ ପରି । ଯଦି ଦାନ୍ତରେ ପୋକ ଥିବେ, ତେବେ ରାତିରେ ଦାନ୍ତରେ ହେଙ୍ଗୁ ଲଗାଇ ଶୋଇପଡ଼ନ୍ତୁ । ପୋକ ଆପେ ଆପେ ବାହାରିଯିବେ ।

hing waterକିପରି ପ୍ରସ୍ତୁତ କରିବେ ହେଙ୍ଗୁପାଣି?
ଅଧା ଚାମଚ ହେଙ୍ଗୁକୁ ଏକ କପ୍ ହାଲୁକା ଉଷୁମ ପାଣିରେ ଭଲଭାବେ ମିଶାଇ ଦିଅନ୍ତୁ । ତା’ ପରେ ପିଅନ୍ତୁ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular