spot_img

ଭାଲେଣ୍ଟାଇନ୍ସ ଡେ’ରେ ଏକାଠି ହୋଇପାରିବେନି କ୍ୟାଟ୍ ଓ ଭିକ୍କି

ମୁମ୍ୱାଇ: ବଲିଉଡର ଟ୍ରେଣ୍ଡିଂ କପଲ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ବିବାହ ପରେ ପ୍ରତ୍ୟେକ ପର୍ବକୁ ଏକାଠି ପାଳନ କରିବାକୁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି । ଲାଗୁଛି ଯେ ଦମ୍ପତ୍ତି ବିବାହ ପରେ ପ୍ରଥମ ଭାଲେଣ୍ଟାଇନ୍ ଡେ ସେଲିବ୍ରେସନ କରିବାରେ ସମର୍ଥ ହେବେ ନାହିଁ ।କ୍ୟାଟ୍ରିନା କୈଫ ତାଙ୍କ ଆଗାମୀ ଚଳଚ୍ଚିତ୍ର ଟାଇଗର-୩ର ସୁଟିଂ ହେତୁ ସ୍ୱାମୀ ବିକି କୌଶଲଙ୍କ ସହ ପ୍ରଥମ ଭାଲେଣ୍ଟାଇନ୍ସ ଉତ୍ସବ ପାଳନ କରିବାକୁ ସମର୍ଥ ହେବେ ନାହିଁ । ଜାନୁଆରୀରେ ସଲମାନ ଏବଂ କ୍ୟାଟ୍ରିନାଙ୍କ ଟାଇଗର -୩ର ଶେଷ କାର‌୍ୟ୍ୟସୂଚୀ ସୁଟିଂ ହେବାର ଥିଲା । ହେଲେ କୋଭିଡ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହାକୁ ବାତିଲ କରାଯାଇଥିଲା ।ଖବର ମୁତାବକ ନିର୍ମାତାମାନେ ଏକ ନୂତନ ସୁଟିଂ କାର‌୍ୟ୍ୟସୂଚୀ ଯୋଜନା କରିଛନ୍ତି । ଫେବୃଆରୀ ମଧ୍ୟଭାଗରେ ସେମାନେ ଫିଲ୍ମର ଶେଷ କାର‌୍ୟ୍ୟସୂଚୀ ଯୋଜନା କରୁଛନ୍ତି । ଏହା ୧୫ ଦିନର କାର‌୍ୟ୍ୟସୂଚୀ ହେବ, ଯେଉଁଥିରେ କେବଳ ସୁଟିଂକୁ ଫୋକସ କରାଯିବ । ନିର୍ଦ୍ଦେଶକ ମନୀଶ ଶର୍ମା ଚାହୁଁଛନ୍ତି ଯେ ଫିଲ୍ମର କିଛି ଆକ୍ସନ୍ ସିନ୍ ଦିଲ୍ଲୀ ରାସ୍ତାରେ ସୁଟିଂ କରାଯାଉ ।ସଲମାନ ଦିଲ୍ଲୀର ଐତିହାସିକ ଲାଲ କିଲ୍ଲା ସହ ଅନେକ ସ୍ଥାନରେ ନିଜର ସିନ୍ ସୁଟ୍ କରିବେ । କୋଭିଡ ପ୍ରୋଟୋକଲର ସମ୍ପୂର୍ଣ୍ଣ ପାଳନ ହେବ ସୁଟିଂ ସେଟରେ । ଫେବୃଆରୀ ୧୨ ସୁଦ୍ଧା ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ ଦିଲ୍ଲୀରେ ପହଞ୍ଚିବେ ବୋଲି ଆଶା କରାଯାଉଛି । ସେମାନେ ଫେବୃଆରୀ ୧୪ ରୁ ଫିଲ୍ମ ପାଇଁ ସୁଟିଂ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular